ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ
ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ । ଏହା ବଦଳରେ କାଗଜ ବ୍ୟାଗ, କଟନ୍ ବ୍ୟାଗ୍, ଭୋଗେଇ, ବାଉଁଶ ଓ କାଠ ଚାଙ୍ଗୁଡିରେ ଭକ୍ତମାନେ ଫୁଲ ଓ ଭୋଗ ନେଇ ଯିବାକୁ ବିଭିନ୍ନ ସେବାୟତ ନିଯୋଗ ଓ ଭକ୍ତ ସମାଜକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ ୨୦୨୦ରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ହୋଇଥିଲା ହେଲେ କୌଣସି ସୁଫଳ ମିଳିନଥିଲା। ଭକ୍ତ ଓ ସେବାୟତ ମାନେ ଶ୍ରୀମନ୍ଦିର ଭିତରକୁ ପଲିଥିନ ନେଇ ଯାଉଥିଲେ । ଶ୍ରୀମନ୍ଦିର ସେବାୟତ କହିଛନ୍ତି ଯେ , ପୂର୍ବରୁ ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର କରିବା ନିଷେଧ ଥିଲା। ଓଳେଇ ବଢ଼ା ଓ ତାଳଭୋଗେଇରେ ଏହି ସବୁ ଜିନିଷ ବ୍ୟବହାର କରାଯାଉଥିଲା । କାଳକ୍ରମେ ପ୍ରଶାସନର ଦୁର୍ବଳତା ଯୋଗୁ ଶ୍ରୀମନ୍ଦିରେ ପଲିଥିନ ବ୍ୟବହାର କରାଯାଉଥିଲା। ବିଗତ ଦିନରେ ମଧ୍ୟ ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ୍ କରାଯାଇଥିଲା ହେଲେ ଶ୍ରୀମନ୍ଦିର ପ୍ରଶାସକ କୌଣସି ପଦକ୍ଷେପ ନେଇ ନଥିଲେ । ଯଦି ଶ୍ରୀମନ୍ଦିର ପ୍ରଶାସକ ସଠିକ ଓ କଡା ପକ୍ଷକ୍ଷେପ ନିଏ ,ତାହାହେଲେ ଆଉ ଶ୍ରୀମନ୍ଦିରେ ପଲିଥିନ ବ୍ୟବହାର କରାଯିବ ନାହିଁ । ଏଣିକି ଭକ୍ତମାନେ ଓଳେଇ ବଢ଼ା ଓ ତାଳଭୋଗେଇ ବ୍ୟବହାର କରିବେ ।