ଜୟପୁରରେ ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ

ପୁଣି ନିର୍ଭୟା କାଣ୍ଡ । ଜୟପୁରରେ ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ । ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୀଡିତା ଜଣକ ଥାନାରେ ଅଭିଯୋଗ ଦାଏର କରିଛନ୍ତି ।

ଖବର ମୁତାବକ, ଯୁବତୀ ଜଣକ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ କାନପୁର ଭିଡିଓକୋଚ ବସରେ ଜୟପୁର ଆସିବା ପାଇଁ ବସିଥିଲେ । ବସ୍‌ର ସମସ୍ତ ସିଟ୍‌ ଫୁଲ ହୋଇଯାଇଥିବାରୁ ଡ୍ରାଇଭର ଅନ୍ୟ ୭/୮ ଜଣଙ୍କ ସହିତ ବସ୍‌ କ୍ୟାବିନରେ ଯୁବତୀଙ୍କୁ ବସାଇଥିଲେ । ତେବେ କ୍ୟାବିନରେ ବସିଥିବା ସମସ୍ତ ଲୋକ ରାତିରେ ନିଜ ନିଜ ସ୍ଥାନରେ ଓହ୍ଲାଇ ପଡିଥିଲେ । ତେଣୁ କ୍ୟାବିନରେ ଯୁବତୀ ଜଣକ ଏକୁଟିଆ ରହିଯାଇଥିଲେ । ଯୁବତୀଙ୍କୁ ଏକୁଟିଆ ଦେଖି ଯୁବତୀଙ୍କୁ ବସ୍‌ର ସ୍ଲିପର ସିଟରେ ଶୋଇବାକୁ ପଠାଇଦେଇଥିଲା ଡ୍ରାଇଭର । ଏହାର କିଛି ସମୟ ପରେ ଡ୍ରାଇଭର ଯୁବତୀଙ୍କ ପାଖକୁ ଆସି ଦୁଷ୍କର୍ମ କରିଥିଲା । ପୀଡିତା ଚିତ୍କାର କଲେ କେହି ନ ଶୁଣିପାରୁନ୍ତୁ, ତେଣୁ ବସ୍‌ର ମ୍ୟୁଜିକକୁ ଅଧିକ ସାଉଣ୍ଡ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ହେଲେ ଜଣେ ଯାତ୍ରୀ ଯୁବତୀଙ୍କ ଚିତ୍କାର ଶୁଣିବା ପରେ ବସକୁ ଜବରଦସ୍ତି ଅଟକାଇଥିଲେ । ଏହାପରେ ଯାତ୍ରୀମାନେ ବସ୍‌ ଡ୍ରାଇଭରକୁ ମାରପିଟ କରିବା ସହିତ ପୋଲିସକୁ ହସ୍ତାନ୍ତର କରିଥିଲେ ।

ଏହି ଘଟଣାରେ ପୋଲିସ ସହାୟକ ଆୟୁକ୍ତ ଫୁଲଚନ୍ଦ ମିଣା କହିଛନ୍ତି, ପୀଡିତା ଯୁବତୀ କାନପୁରର ଜୟପୁର ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ଜଣକ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୩୭୬ (ଗଣଦୁଷ୍କର୍ମ), ଏସ/ଏସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଜଣେ ଫେରାର ରହିଛି ।

Related Articles

Back to top button