ସକାଳ ୯ଟାରେ ବି ଘରୁ ବାହାରିବା ହେଉଛି ମୁସ୍କିଲ

ସକାଳ ୯ଟାରେ ବି ଘରୁ ବାହାରିବା ଅସମ୍ଭବ ହେଉଛି । ଶୀତରୁ ରକ୍ଷା ପାଇଁ ନିଆଁର ସାହାରା ନେଉଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜୀବନ । ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୧ ଡ଼ିଗ୍ରୀରେ ପହଞ୍ଚିଛି । ଫଳରେ ସକାଳୁ ସକାଳୁ ଘାସ ଉପରେ ବରଫ ପଡୁଥିବା ଦେଖିବାକୁ ମିଳିଛି ।

ସେପଟେ ଥଣ୍ଡାରେ ଥରୁଛି ସୁନ୍ଦରଗଡ଼ । ଚଳିତ ବର୍ଷ ଡେରିରେ ଆସିଛି ହେଲେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ଶୀତ । କିଛି ଦିନ ହେବ ସୁନ୍ଦରଗଡ ବିଭିନ୍ନ ସ୍ଥାନରେ ପାରଦ ୮ ଡିଗ୍ରୀ ତଳକୁ ଖସିଛି । ଲୋକେ ଥଣ୍ଡାରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଯୋଗାଡ ଲଗାଇଛନ୍ତି

Related Articles

Back to top button