ରାଜ୍ୟରେ ଆଉଜଣେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ JN.1 ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଆଉଜଣେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ JN.1 ଚିହ୍ନଟ । ଦେଶରେ ବଢିଚାଲିଛି କୋଭିଡ ସଂକ୍ରମଣ । ଦେଶରେ ୪ହଜାର ପାର୍ କରିସାରିଲାଣି କୋଭିଡ୍ ଆକ୍ଟିଭ୍ କେସ୍ । ଓଡ଼ିଶାରେ ମଧ୍ୟ କୋଭିଡ୍-୧୯ର ନୂଆ ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିଲେ । ତେବେ ପୁଣିଥରେ କୋଭିଡ୍ ଟେଷ୍ଟ ପରେ ଆଉଜଣେ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି । ତେବେ ନୂଆ କୋଭିଡ୍ ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ବର୍ତ୍ତମାନ କରୋନା ମାମଲା ୩ ଜଣରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଗତ ଦୁଇଦିନ ମଧ୍ୟରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏଥିପାଇଁ କେନ୍ଦ୍ରସରକାର ଚିନ୍ତାରେ ପଡିଯାଇଛନ୍ତି । କୋଭିଡ୍-୧୯ର ନୂଆ ଭାରିଆଣ୍ଟ JN.୧ରେ ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତଙ୍କୁ ସତର୍କ ସୂଚନା ଦିଆଯାଇଛି ।ଏଥିସହ ମାସ୍କ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।