ଜିରୋ ନାଇଟ୍ ସେଲିବ୍ରେସନ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି

ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ସବୁଠି ନଜର । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜାରି ହୋଇଥିବା ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର ପଡିବ । ଗତକାଲି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ଏନେଇ ଡିସିପିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ଯଦି କେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅତ୍ୟଧିକ ମଦ୍ୟପାନ ନ କରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ପାଟ୍ରୋଲିଂ କରିବ । ଡିସେମ୍ବର ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ଷ୍ଟାର ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।

Related Articles

Back to top button