ମୋଦୀ ସରକାର ଭାରତୀୟ ନୌସେନା ସ୍ୱରୂପରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି

ନରେନ୍ଦ୍ର ମୋଦୀ ସରକାର ଭାରତୀୟ ନୌସେନା ସ୍ୱରୂପରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ନୌସେନା ଧ୍ୱଜ ପରେ ଏବେ ଅଧିକାରୀଙ୍କ କାନ୍ଧରେ ଲାଗୁଥିବା ଷ୍ଟ୍ରାପ୍ସ ବା ପଟ୍ଟୀରେ ପରିବର୍ତ୍ତନ କରାଯାଇଛି । ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ଅଧିକାରୀ ଇଂରେଜ ସମୟରୁ ଚାଲି ଆସୁଥିବା ଗୁଲାମୀର ପ୍ରତୀକକୁ ପିନ୍ଧି ଆସୁଥିଲେ । କିନ୍ତୁ ଏବେ ସେମାନେ ସ୍ୱରାଜର ସ୍ୱପ୍ନ ଦେଖିଥିବା ଶିବାଜୀ ମହାରାଜାଙ୍କ ନୌସେନାରୁ ପ୍ରେରଣା ପାଇ ନିର୍ମାଣ କରାଯାଇଥିବା ପଟ୍ଟୀ(ଏପୋଲେଟସ୍‌) ପିନ୍ଧିବେ ।ଏଠାରେ ସୂଚାଇ ଦିଆଯାଇପାରେ କି ଚଳିତ ବର୍ଷ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡମିରାଲଙ୍କ କାନ୍ଧ ଉପରେ ନୂଆ ଡିଜାଇନର ଏପୋଲେଟସ୍ ନେଇ ଘୋଷଣା କରିଥିଲେ । ଆଜି ଅର୍ଥାତ୍ ୨୯ ଡିସେମ୍ବରରେ ନୌସେନା ଏହି ନୂଆ ଏପୋଲେଟସ୍‌ର ଝଲକ ଦେଖାଇଛନ୍ତି । ଏହି ନୂଆ ଏପୋଲେଟସ୍‌କୁ ଛତ୍ରପତି ଶିବାଜୀ ମହାରାଜାଙ୍କ ନୌସେନାର ସଂକେତ ବା ରାଜମୁଦ୍ରାରୁ ପ୍ରେରିତ ହୋଇ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଆମେ ବ୍ରିଟିଶ ଶାସନ ସମୟର ଚିହ୍ନ ଓ ପରିଚୟକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛୁ । ଗୁଲାମୀ ମାନସିକତାରୁ ବାହାରକୁ ଆସି ଆମକୁ ଆଗକୁ ବଢିବାକୁ ହେବ ବୋଲି ସେ କହିଛନ୍ତି । ନୌସେନାର ନୂଆ ଏପୋଲେଟସ୍‌ରେ ୫ ଗୋଟି ଚିହ୍ନ ରହିଛି । ପ୍ରଥମ ଗୋଲ୍ଡେନ ନ୍ୟାଭି ବଟନ, ଦ୍ୱିତୀୟ ଅଶୋକ ମୁଦ୍ରା ସହ ଅକ୍ଟାଗନ୍‌, ତୃତୀୟ ଖଣ୍ଡା, ୪ର୍ଥ ଟେଲିସ୍କୋପ୍‌, ୫ମ ଅଧିକାରୀଙ୍କ ର‌୍ୟାଙ୍କ ହିସାବରେ ୱାଟର ଷ୍ଟାର ।

Related Articles

Back to top button