ଏଆଇ ପାଇଁ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ

ଏଆଇ ପୁଣି ନେବ ଚାକିରି । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାର ଯୋଜନା କରାଯାଇଛି । AI ବିନିଯୋଗ କରି ଆମେରୀକିୟ କମ୍ପାନୀ ‘ଗୁଗଲ୍ ବାର୍ଡ’, ଗୁଗୁଲ ‘ଜେମିନି’ ପରି ପ୍ଲାଟଫର୍ମ ଡେଭଲପ୍ କରିବା ନେଇ ଘୋଷଣା କରିଛି ।ରିପୋର୍ଟ ଅନୁସାରେ, ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତ କରୁଛି, ଯାହା ଫଳରେ ଉକ୍ତ ବିଭାଗର ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଗୁଗୁଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖାସକରି କଷ୍ଟମର କେୟାର ସର୍ଭିସ କ୍ଷେତ୍ରରେ ଏଆଇର ବିନିଯୋଗ କରାଯିବ । ଫଳରେ ସେହି ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ କଢାଯିବ ।

Related Articles

Back to top button