ତେହେରିକ୍‌-ଏ-ହୁର୍ରିୟତ’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କେନ୍ଦ୍ର ସରକାର

ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବର୍ତ୍ତମାନ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି ।ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍‌-ଏ-ହୁରିୟତ । ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍ କରାଯାଇଛି । ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ନିୟମ ପ୍ରତିଷ୍ଠା କରିବା ପାଇଁ ଏହି ସଂଗଠନ କାର୍ଯ୍ୟକଳାପରେ ଜଡିତ ଥିଲା ।

ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସଂଗଠନ ଭାରତ ବିରୋଧୀ ପ୍ରଚାର କରୁଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହିଛି । ଅମିତ ଶାହା କହିଛନ୍ତି ଯେ ‘ତେହେରିକ-ଏ-ହୁରିୟତ’ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ଏବଂ ତାହାର ଉଦ୍ଦେଶ୍ୟ ରହିଥିଲା ଜାମ୍ମୁ କାଶ୍ମୀରକୁ ଭାରତରୁ ପୃଥକ କରିବା । ‘ତେହେରିକ-ଇ-ହୁରିୟତ’ ମଧ୍ୟ କାଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିଲା ।ସେ ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଗୃହମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଅଟକାଇ ଦିଆଯିବ ।

Related Articles

Back to top button