ଗୋଲ୍ଡି ବରାଡକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରଣାୟ

ଭାରତ ସରକାର ନୂଆ ବର୍ଷ ଆରମ୍ଭରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୃହମନ୍ତ୍ରଣାୟ ଦେଶଦ୍ରୋହ ଆଇନ ବଳରେ ଗୋଲ୍ଡିକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏନେଇ ଗୃହମନ୍ତ୍ରଣାୟ ତରଫରୁ ନୋଟିଫିକେଶନ ଜାରି କରାଯାଇଛି । ଜାରି ହୋଇଥିବା ନୋଟିଫିକେଶନରେ କୁହାଯାଇଛି କି, ଗୋଲ୍ଡି ବରାଡ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ । ଏନଆଇଏ ତରଫରୁ ଗୋଲ୍ଡି ବରାଡ ସହ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ନାମରେ ଟାର୍ଗେଟ୍ କିଲିଂ ଧାରାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି । ଗୋଲ୍ଡି ବରାଡକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ନିକଟତର ବୋଲି କୁହାଯାଏ ।ଗୃହମନ୍ତ୍ରଣାଳୟ ଜାରି କରିଥିବା ନୋଟିଫିକେଶନରେ କୁହାଯାଇଛି କି, ଏଭଳି ଅପରାଧୀ ବିଦେଶରେ ରହି ଟାର୍ଗେଟ୍ କିଲିଂ ଓ ନିଶା କାରବାର କରିଥାନ୍ତି । ଏହା ବ୍ୟତୀତ ଏହି ଗ୍ୟାଙ୍ଗଷ୍ଟରମାନେ ଭାରତରେ ରହିଥିବା ଅବୈଦ୍ଧ ଅସ୍ତ୍ରଶସ୍ତ୍ର କାରବାର କରିଥାନ୍ତି । ଭାରତ ସରକାରଙ୍କ ଗୃହମନ୍ତ୍ରଣାୟ ତରଫରୁ ଏଭଳି ଗ୍ୟାଙ୍ଗଷ୍ଟରଙ୍କ ସୂଚୀ ଜାରି କରାଯାଇଛି ।

ଗୋଲ୍ଡି ବରାଡ ପଞ୍ଜାବୀ ଗାୟକ ସିଦ୍ଧୁ ମୁଶେୱାଲଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ । କୁହାଯାଉଛି କି, ଏବେ ସମୟରେ ସେ କାନାଡାରେ ଲୁଚିଛି । ଏନଆଇଏ ବରାଡ ସହ ଜଡିତ ଅପରାଧୀଙ୍କ ଧରିବାକୁ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି ।

Related Articles

Back to top button