ଶ୍ରୀହରିକୋଟାରୁ ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ ହୋଇଛି ।

ନୂଆବର୍ଷରେ ଇତିହାସ ରଚିଛି ଇସ୍ରୋ । ଶ୍ରୀହରିକୋଟାରୁ ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି ସି-୫୮ ରକେଟ୍ ଜରିଆରେ ଉତକ୍ଷେପଣ ହୋଇଛି । ୫ବର୍ଷ ଧରି ବ୍ଲାକ୍ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପର୍କରେ ସୂଚନା ଦେବାରେ ସହାୟକ ହେବ । ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ସକାଳ ୯ ଟା ୩୦ ମିନିଟ ସମୟରେ ସଫଳ ଉତକ୍ଷେପଣ ହୋଇଛି । PSLV -C 58 ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯାଇଛି । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି ଆଉ ଏବେ ଭାରତ ।

Related Articles

Back to top button