ମିଳିଲା ବିଜୟିନୀର ବାପା ଓ ମାଆଙ୍କ ପରିଚୟ

ସମ୍ବଲପୁର ରେଙ୍ଗାଲି ଥାନା ଲାରିପାଲି ଶ୍ରୀରାମ ଜଙ୍ଗଲର ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀର ବାପା ଓ ମାଆଙ୍କ ପରିଚୟ ମିଳିଛି। ଏନେଇ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶିଶୁକନ୍ୟାର ମାଆ ଓ ବାପା ଉଭୟେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛି। ତେବେ ବିଜୟିନୀର ମାଆଙ୍କ ମାନସିକି ସ୍ଥିତି ଠିକ୍‌ ନଥିବା ଜଣାପଡ଼ିଛି।

ଏସ୍‌ପିଙ୍କ କହିବା ଅନୁସାରେ, ବିଜୟିନୀ ଉଦ୍ଧାର ହେବାର ୩ ଦିନ ପରେ ତା’ର ମାଆଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଏହି ସମୟରେ ବିଜୟିନୀ ତାଙ୍କ ଝିଅ ବୋଲି ସ୍ବୀକାର କରିଛନ୍ତି। ତେବେ ମହିଳାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଏସ୍‌ପି ମୁକେଶ ଭାମୁ କହିଛନ୍ତି।

Related Articles

Back to top button