ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ।

ଚଳିତ ବର୍ଷ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହୋଇଥିବା ଓଡିଶା ଐତିହ କ୍ୟାବିନେଟରେ ଏହି ସମ୍ମିଳନୀକୁ ଆୟୋଜନ କରାଯିବାର ନିଷ୍ପତ୍ତି ନିଆ ଯାଇଥିଲା।

ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ରୂପରେଖକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଆଭିମୁଖ୍ୟ। ଏହି ସମ୍ମିଳନୀରେ ଓଡ଼ିଶା ତଥା ଦେଶ ଓ ବିଦେଶର ବିଶିଷ୍ଟ ସାହିତ୍ୟିକ ଓ ଭାଷା ଗବେଷକ ମାନେ ଯୋଗଦାନ ଦେବେ। ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଏହି ସମ୍ମିଳନୀରେ ଯୋଗଦାନ କରିବେ। ଏହି ସମ୍ମିଳନୀ ସମ୍ପାଦନା ସମୟରେ ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାର ଅଭିବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି। ଏହି ସମ୍ମିଳନୀ ଶାସ୍ତ୍ରୀୟ ଭାଷା ଓଡ଼ିଆ ଭାଷାର ସମୃଦ୍ଧି ତଥା ଲୋକପ୍ରିୟତା ବୃଦ୍ଧି ନିମନ୍ତେ ସହାୟକ ହେବ।

କ୍ୟାବିନେଟରେ ଏହି ସମ୍ମିଳନୀର ଆୟୋଜନ ପାଇଁ ନିଷ୍ପତ୍ତି ପରେ ଗତ କାଲି ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପି.କେ ଜେନା ଏବଂ ଓଡିଆ LL & C ଡିପାର୍ଟମେଣ୍ଟ କମିଶନର ତଥା ସଚିବ ସୁଜାତା ଆର କାର୍ତ୍ତିକେୟାନ ଗଣମାଧ୍ୟମକୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

Related Articles

Back to top button