ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଜାରି ରହିବ କୁହୁଡ଼ିର ପ୍ରଭାବ
ଦିନକୁ ଦିନ ବଢ଼ିବାରେ ଲାଗିଛି କୁହୁଡିର ମାତ୍ରା। ତେଣୁ ଆହୁରି ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଜାରି ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେବ ନାହିଁ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।ଦିଆଯାଇଛି। ତରାପମାତ୍ର କମିବା କାରଣରୁ କୁହୁଡିର ପରିମାଣ ମଧ୍ୟ ବଢୁଛି ଏବଂ ଏହି କରାନନରୁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସୂଚନା ମୁତାବକ , ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକଙ୍କ କହିବା ଅନୁସାରେ ବାୟୁ ଚଳାଚଳରେ ନିଷ୍କ୍ରିୟତା, ନିର୍ମଳ ଆକାଶ ଓ ଜଳୀୟ ବାଷ୍ପର ମାତ୍ରା ଅଧିକ ରହୁଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଦୃଶ୍ୟମାନର ଦୂରତା କମ୍ ରହିବାକୁ ଥିବାରୁ ଯାତ୍ରାରେ ଅସୁବିଧା ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରହିଥିବା ବେଳେ ଜି ଉଦୟଗିରିରେ ୮.୨, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଓ ସିମିଳିଗୁଡ଼ାରେ ୯.୭ ଡିଗ୍ରି ଥିଲା। ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ଥଣ୍ଡା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ କହୁଡିର ମାତ୍ରା ଆହୁରି ବଢିବ ସେହି କାରଣରୁ ଅନେକ ସ୍ଥାନକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।