ଆସନ୍ତାକାଲି ଠାରୁ ଆରମ୍ଭ ‘ଶିଶିର ସରସ-୨୦୨୪’।
ଆସନ୍ତାକାଲି ଠାରୁ ଆରମ୍ଭ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓର୍ମାସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମେଳାରେ ୪୦୦ଟି ଷ୍ଟଲରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ହେବ। ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଜୀବିକା ଓ ଦକ୍ଷତା ବିକାଶ ଆଦିକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ କରାଯାଉଛି। ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ ହୋଇଛି।
ସୂଚନା ଅନୁସାରେ , ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତାକାଲି ଆୟୋଜିତ ହେବାକୁ ଯାଉଛି ‘ଶିଶିର ସରସ-୨୦୨୪’। ଏହି ମେଳା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଆଗକୁ ଏହାର ଚାହିଦା ବଢାଇବା ପାଇଁ ପ୍ରତିବର୍ଷ ଏହି ମେଳାର ଆୟୋଜନ କରାଯାଇଥାଏ। ଏହି ଶିଶିର ସରସ ମେଳାରେ ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ ମେସିନ ଲଗାଇବା, ପାନୀୟ ଜଳ ଯୋଗାଣ, ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ। ମେଳା ପ୍ରତିଦିନ ସକାଳ ୧୧.୩୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ପ୍ରତିବର୍ଷ ଏହି ମେଳା ଆୟୋଜନ ହେବ ସହିତ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ବେଶ ଭିଡ ଦେଖିବାକୁ ମିଳିଥାଏ।