ସୋମବାର ଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ସୋମବାର ଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ହୀରାକୁଦ ୱାଇଲ୍ଡ ଲାଇଭ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଡ୍ୟାମର ୫ଶହ ବର୍ଗ କି.ମି ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ କରାଯାଉଛି। ପକ୍ଷୀ ଗଣନା ପାଇଁ ୩୨ଟି ଟିମ୍‌‌ରେ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ବନ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି। ହୀରାକୁଦ ଡ୍ୟାମରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍‌‌ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛନ୍ତି। ଗତବର୍ଷ ୧୦୮ ପ୍ରଜାତିର ୩ଲକ୍ଷ ୧୬ହଜାର ବିଦେଶୀ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ।

Related Articles

Back to top button