ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ ଉଙ୍ଗି ମାଡବି
ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ ଉଙ୍ଗି ମାଡବି । ଉଙ୍ଗିଙ୍କ ନାମରେ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି । ଉଙ୍ଗିଙ୍କୁ ଧରାଇଦେବା ଲାଗି ଲକ୍ଷେ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା ।୨୦୧୬ ମସିହାରୁ ଉଙ୍ଗି ମାଡବି ମାଓ ସଙ୍ଗଠନରେ ସକ୍ରିୟ ଥିଲେ । ପ୍ରାୟ ୪୦ଟି ହିଂସାକାଣ୍ଡରେ ସାମିଲ ଥିଲେ । ଓଡ଼ିଶା ସମେତ ଛତିଶଗଡ଼ରେ ସେ ସକ୍ରିୟ ଥିଲେ । ଏହି ସମସ୍ତ ମାମଲାରେ ପୋଲିସ ଉଙ୍ଗିକୁ ଖୋଜୁଥିଲା ।