ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ ଦେଇଛି ସତର୍କ ସୂଚନା

ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ ଦେଇଛି ସତର୍କ ସୂଚନା । ଗୁଡ଼ି ଉଡ଼ାଇବା ସମୟରେ ମାଞ୍ଜା ସୂତା ବ୍ୟବହାର ନ କରିବାକୁ ଅପିଲ୍ କରିଛି ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡ଼ାଇବାକୁ ଓଡ଼ିଶା ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି ।

ଏହାସହ ଗୁଡ଼ି ଉଡ଼ାଇବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ଓଡ଼ିଶା ପୋଲିସ ସାଧାରଣ ଲୋକମାନଙ୍କୁ ସତର୍କ କରାଇ ଦେଇଛି । ସତର୍କତା ଅବଲମ୍ବନ କରି ଗୁଡ଼ି ଉଡ଼ାଇବା ପାଇଁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର କରିବା କିମ୍ବା ବିକ୍ରି କରିବା ଆଇନଗତ ଅପରାଧ, ତେଣୁ ଏହାର ବିକଳ୍ପ ଭାବରେ ଗୁଡ଼ିରେ ସାଧାରଣ ସୂତା ବ୍ୟବହାର କରିବା ପାଇଁ ଓଡ଼ିଶା ପୋଲିସପକ୍ଷରୁ ସାଧାରଣ ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

Related Articles

Back to top button