ବଲାଙ୍ଗୀର ଜିଲ୍ଲାରେ ଭକ୍ତିମୟ ପରିବେଶ : ଆଜି ଅନୁଷ୍ଠିତ ହେଉଛି ଶୁଲିଆ ଯାତ୍ରା
ଆଜି ଅନୁଷ୍ଠିତ ହେଉଛି ଆଦିବାସୀ ଜନଜାତିଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୂଜା ହେବା ସହ ହଜାର ହଜାର ପଶୁପକ୍ଷୀ ବଳି ପଡିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି । କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁ, ପକ୍ଷୀ ବଳୀ ପଡ଼ିଲା । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।
ଶୁଲିଆ ପାଇଁ ବଲାଙ୍ଗୀର ଜିଲ୍ଲା ରେ ମଧ୍ୟ ବେଶ ଭକ୍ତି ମୟ ପରିବେଶ। ପରାମ୍ପରା ଅନୁସାରେ ମାନସିକ ଧାରୀ ଆସି ବଳୀ ଦିଅନ୍ତି । କିଏ କୁକୁଡ଼ା ତ ଆଉ କିଏ ଛେଳି ବଳି ଦେବେ କିଏ ପାରା ତ ଆଉ କିଏ ପୋଢ଼ ବଳୀ ମଧ୍ୟ ଏହି ଯାତ୍ରାରେ ଦେଇଥାନ୍ତି । ହଜାର ହଜାର ଭକ୍ତ ଙ୍କ ମଧ୍ୟରେ ବଳୀ ପଡି ରକ୍ତ ରଞ୍ଜିତ ହୋଇଥାଏ ପୀଠ। ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଶୁଲିଆ ଯାତ୍ରା ହୋଇଥାଏ। ଦେଓଗାଁ ବ୍ଲକ ଖଇରଗୁଡା ର ବଡ଼ଖଳା ଓ କୁମୁରିଆ ର ସାନ ଖଳା ରେ ପୂଜା ପରେ ପଡି ଥାଏ ବଳୀ। ପ୍ରଥମେ ପାଟ ଭୁକା ଧଳା ଗଞ୍ଜା ବଳୀ ପଡିବା ପରେ ଭକ୍ତ ଆଣିଥିବା ପଶୁପକ୍ଷୀ ଙ୍କ ବଳୀ ପଡିଥାଏ। ଆଦିବାସୀ କନ୍ଧ ସମାଜ ର ପରମ୍ପରା ଅନୁଯାୟୀ ଏହି ଶୁଲିଆ ଯାତ୍ରା ଅବାହମାନ କାଳରୁ ହୋଇଆସୁଛି । ବଲାଙ୍ଗୀର ଜିଲ୍ଲା ର ଦେଓଗାଁ ବ୍ଲକ ସହ ବଲାଙ୍ଗୀର ଜିଲ୍ଲାର ବହୁ ସ୍ଥାନରେ ଏହି ଶୁଲିଆ ଯାତ୍ରା ହୋଇଥାଏ ହେଲେ ଦେଓଗାଁ ବ୍ଲକ ହେଉଛି ଏହି ଯାତ୍ରାର ମୂଳ ପୀଠ । ଏହି ଯାତ୍ରାକୁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟ ରୁ ମଧ୍ୟ ଆଦିବାସୀ ଭକ୍ତ ଆସିଥାନ୍ତି।