ଡିଜିସିଏର ନିର୍ଦ୍ଦେଶ : ବିମାନ ବିଳମ୍ବ ହେଲେ ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଦିଆଯିବ ଆଗୁଆ ସୂଚନା

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି । ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।

ବିମାନ ବିଳମ୍ବ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଆଗୁଆ ସୂଚନା ଦିଆଯିବ । ବିମାନ ଉଡାଣରେ ବିଳମ୍ବ ହେଉଥିଲେ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଏୟାରଲାଇନ୍ସର କର୍ମଚାରୀମାନେ କାହିଁକି ବିଳମ୍ବ ହେଉଛି ବୁଝାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଘନ କୁହୁଡି କିମ୍ବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ନେଇ ଅଧିକ ବିଳମ୍ବ ଆଶଙ୍କା ଥିଲେ ସମୃକ୍ତ କମ୍ପାନୀ ଉଡାଣକୁ ରଦ୍ଦ କରିପାରିବେ, କିନ୍ତୁ ଏଥିପାଇଁ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦେଇଛି ଡିଜିସିଏ । ବିମାନ ସେବା ବିଳମ୍ବିତ ହେବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଉଡାଣ ବିଳମ୍ବ ନେଇ ଘୋଷଣା ସମୟରେ ଜଣେ ଯାତ୍ରୀ ଉତକ୍ଷୀପ୍ତ ହୋଇ ପାଇଲଟଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଘଟଣାପରେ ଆକ୍ରମଣରେ ସମ୍ପୃକ୍ତ ଯାତ୍ରୀ ଜଣଙ୍କୁ ଗିରଫ କରାଯାଇଛି ।

Related Articles

Back to top button