ଆପ୍ ବିଧାୟକଙ୍କୁ ୨୫ କୋଟିରେ କିଣିବାକୁ ଚାହୁଁଛି ବିଜେପି : କେଜ୍ରିୱାଲ
ଦିଲ୍ଲୀରେ ଶାସକ ଦଳ ଆପ ବିଧାୟକଙ୍କୁ ୨୫କୋଟିର ଅଫର ଦେଉଛି ବିଜେପି । ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବାକୁ ‘ଅପରେସନ ଲୋଟସ୍’ ଚାଲିଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଳୀରେ ଆପ୍ ବିଧାୟକଙ୍କୁ ଦଳରୁ କାଢି ନେବାକୁ ପ୍ରୟାସ କରାଯାଉଛି । ବିଜେପି ୭ଜଣ ଆପ୍ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ୨୫କୋଟି ଲେଖାଏଁ ଅଫର ଦେଇସାରିଛି । ଆଗକୁ ଏଭଳି ଭାବେ ଅନ୍ୟ ୨୧ଜଣ ବିଧାୟକଙ୍କୁ ନିଜ ଆଡକୁ ନେବାକୁ ବିଜେପି ପ୍ରୟାସ କରିବ ବୋଲି ସୂଚନା ପାଇଥିବା ଅରବିନ୍ଦ କେଜ୍ରିୱାଲ କହିଛନ୍ତି । କିନ୍ତୁ ୭ଜଣ ବିଧାୟକ ବିଜେପିର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।