ପାଟ୍ରୋଲିଂ କରିବା ବେଳେ ଶିମିଳିପାଳ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର

ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ଘଟିଛି। ତେବେ ବନ କର୍ମଚାରୀମାନେ ପାଟ୍ରୋଲିଂ କରିବା ବେଳେ ମହାବଳ ବାଘର ମୃତଦେହ ଉଦ୍ଧାର କରିଛନ୍ତି। ମୃତ ମହାବଳ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାଘର ମୃତ୍ୟୁ କେଉଁ କାରଣରୁ ଘଟିଛି ତାହା ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ , ଶିମିଳିପାଳ ଅଭୟାରଣ୍ୟରେ ଚାଲିଗଲା ମହାବଳ ବାଘର ଜୀବନ। ତେବେ ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି। ତେବେ ଅନ୍ୟ ପଶୁମାନେ ସୁରକ୍ଷିତ ଥିବା କଥା ସ୍ପଷ୍ଟ କରିଛନ୍ତି ବନ ବିଭାଗ।

Related Articles

Back to top button