ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ଗ୍ରହଣ କରାଯିବ । ମୋଟ ୯୪.୪୮ଲକ୍ଷ ଭୋଟର ମତଦାନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ୧୦ହଜାର ୫୫୧ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ ।
୬ଟି ଲୋକସଭା ଆସନରେ ମୋଟ ୬୪ଟି ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେହିପରି ବିଧାନସଭା ୪୨ଟି ଆସନରେ ୩୮୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଗାଁ କି ସହର ଯେଉଁଠି ବି ରହିଥା ଭୋଟ ନିଶ୍ଚିନ୍ତ ଦିଅନ୍ତୁ ।