ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସଭାପତି ନବୀନ ପହଞ୍ଚିଲେ ଶପଥ ଗ୍ରହଣ ସମାରୋହରେ

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଲେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସଭାପତି ନବୀନ ପହଞ୍ଚିଲେ ଶପଥ ଗ୍ରହଣ ସମାରୋହରେ , ନବୀନଙ୍କୁ ଆଜି ନିମନ୍ତ୍ରଣ ଦେବାକୁ ଯାଇଥିଲେ ନିଜେ ମୋହନ ମାଝୀ ସମାରୋହକୁ ଆସିବାକୁ ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । କିଛି ସମୟ ପରେ ଆରମ୍ଭ ହେବ ବିଜେପିର ଶପଥ ସମାରୋହ ।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସଭାସ୍ଥଳରେ ପହଞ୍ଚିଛନ୍ତି ବିଭିନ୍ନ କେନ୍ଦ୍ର ନେତୃତ୍ୱ । ସେହିପରି ରାଜ୍ୟରେ ବରିଷ୍ଠ ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ଏହି ଉତ୍ସବରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ମଞ୍ଚ ଉପରେ ପହଞ୍ଚିବା ପରେ ସେଠାରେ ସମସ୍ତଙ୍କ ସହ ଭେଟି ନିଜ ସିଟରେ ବସିଥିଲେ ।

Related Articles

Back to top button