ଜୁନ୍ ୨୪ ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଜୁନ୍ ୨୪ ରୁ ଏହି ଅଧିବେଶନ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।

ସଂସଦର ଏହି ସ୍ବତନ୍ତ୍ର ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ । ୮ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ‌ ହେବ। ଜୁନ୍‌ ୨୪ ଏବଂ ୨୫ ତାରିଖରେ ନବ ନିର୍ବାଚିତ ସାଂସଦମାନେ ଶପଥ ନେବେ ଏବଂ ଜୁନ୍‌ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଲୋକସଭାର ବାଚସ୍ପତି ପଦ ପାଇଁ କେନ୍ଦ୍ର ସରକାର ପ୍ରଥମେ ଜଣେ ସାଂସଦଙ୍କ ନାମ ପ୍ରସ୍ତାବ ଦେବେ। ଯଦି ବିରୋଧୀ ସର୍ବସମ୍ମତି କ୍ରମେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ନିର୍ବାଚନ ହେବ ନାହିଁ। ଯଦି ଏହା ନହୁଏ ତେବେ ବିରୋଧୀ ମଧ୍ୟ ତାଙ୍କ ପକ୍ଷରୁ ଜଣେ ପ୍ରାର୍ଥୀଙ୍କ ନାମ ଦେବେ ।ଏଥିସହିତ ୨୬୪ତମ ରାଜ୍ୟସଭା ଅଧିବେଶନ ଜୁନ୍‌ ୨୭ରୁ ଆରମ୍ଭ ହେବ ଏବଂ ଦୁଇ ଗୃହ ୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୨୭ ଜୁନରେ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ସମ୍ବୋଧିତ କରିବ ଓ ଆଗାମୀ ୫ ବର୍ଷ ପାଇଁ ନୂଆ ସରକାରଙ୍କ କାର୍ଯ୍ୟର ରୂପରେଖ ଆଗତ କରିବ।

Related Articles

Back to top button