ଆସନ୍ତା ୧୩ ତାରିଖରେ ଇଟାଲୀ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୧୩ ତାରିଖରେ ଇଟାଲୀ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବିଦେଶ ଗସ୍ତ କରିବେ ମୋଦୀ । ଆସନ୍ତା ଜୁନ୍ ୧୩ ତାରିଖରେ ଇଟାଲୀରେ ଜି-୭ ବୈଠକରେ ଅନୁଷ୍ଠିତ ହେବ । ଏହି ସଭାରେ ବହୁ ନେତା ଓ ବିଦେଶ ମନ୍ତ୍ରୀ ଯୋଗଦେବେ ।

ଜି-୭ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେଥିପାଇଁ ମୋଦୀ ଜି-୭ ବୈଠକରେ ଯୋଗଦେବେ । ଚଳିତ ବର୍ଷ ନିର୍ବାଚନରେ ମୋଦୀଙ୍କର ଲଗାତାର ବିଜୟ ହେବା ପରେ ଦେଶ ବିଦେଶରୁ ବହୁ ନେତାଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଜି-୭ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହା ଫଳରେ ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ । ଶପଥ ଗ୍ରହଣ ପରେ ଇଟାଲୀ ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ କରିବେ ।

Related Articles

Back to top button