ବାଚସ୍ପତି ପ୍ରାର୍ଥୀ ଭାବେ ସୁରମା ପାଢ଼ୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ବିଜେପି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଜେପି ବିଧାୟକ ମାନେ ଉପସ୍ଥିତ ଥିଲେ।

ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ କରିବା ଦିନ ସୁରମା ପାଢ଼ୀ ପରବର୍ତ୍ତୀ ବାଚସ୍ପତି ହେବା ନେଇ ଅନୁମାନ କରାଯାଉଥିଲା। ମନ୍ତ୍ରୀ ତାଲିକାରେ ସୁରମାଙ୍କ ନାଁ ନ ଥିବାରୁ ସେ ବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନର ଆସନ୍ତାକାଲି ତୃତୀୟ ତଥା ଶେଷ ଦିନରେ ବାଚସ୍ପତି ନିର୍ବାଚନ ହେବ। ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

୨୦୨୪ ନିର୍ବାଚନରେ ସୁରମା ପାଢ଼ୀ ରଣପୁର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୦୪ରୁ ୨୦୦୯ ଯାଏ ବିଧାୟିକା ଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ମଧ୍ୟ ଥିଲେ।

Related Articles

Back to top button