ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସୂଚନାନୁଯାୟୀ, ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ତେବେ ଆସନ୍ତାକାଲି ଦିନ ୧୧ଟା ପରେ ଯେପରି ସାଧାରଣ ଦର୍ଶନ ହେଉଥିଲା ସେହିପରି ଜାରି ରହିବ । ୧୧ଟା ପରେ ସମସ୍ତେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Related Articles

Back to top button