ପରୀକ୍ଷାର ଗୋଟେ ଦିନ ନ ହେଉଣୁ ୟୁଜିସି-ନେଟ୍ ପରୀକ୍ଷା ରଦ୍ଦ କଲା ଶିକ୍ଷା ମନ୍ତ୍ରାଳୟ

ସାରା ଦେଶରେ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ୟୁଜିସି-ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ପରୀକ୍ଷାର୍ଥୀମାନେ ଶୃଙ୍ଖଳାର ସହିତ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ପରୀକ୍ଷାର ଗୋଟେ ଦିନ ନ ହେଉଣୁ ପରୀକ୍ଷାକୁ ବାତିଲ କରାଯାଇଛି । ପରୀକ୍ଷା ପରିଚାଳନାର ସ୍ଵଚ୍ଛତା ବାଧାପ୍ରାପ୍ତ ହୋଇଛି ବୋଲି ଇଣ୍ଡିଆନ୍ ସାଇବର କ୍ରାଇମ୍ କୋ-ଅର୍ଡିନେସନ୍ ସେଣ୍ଟର ସୂଚନା ଦେଇଛି । ସେଥିପାଇଁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ପରେ ଏହି ଘଟଣାର ତଦନ୍ତ କରାଯାଇ ପରୀକ୍ଷା କରାଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରୁ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଜଣାପଡିଛି । ସେଥିପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ଫଳରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Back to top button