କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ

କଂଗ୍ରେସ ଭବନରେ କାଳିମାଡ। କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ କରିଛନ୍ତି କିଛି ଅସନ୍ତୁଷ୍ଟ ଗୋଷ୍ଠୀ। ଆଜି କଂଗ୍ରେସ ଭବନରେ ବୈଠକ ଚାଲିଥିବା ବେଳେ ହଠାତ କିଛି ଯୁବକ ଭିତରକୁ ପଶି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି କାଳିମାଡ କରିଥିଲେ। ଘଟଣାକୁ ନେଇ ପିସିସି ସଭାପତିି କହିଛନ୍ତି ଛାତ୍ର ଜୀବନରୁ ରାଜନୀତିରେ ରହିଛି। ଅନେକ ଥର କାଳିମାଡ ଓ ଅଣ୍ଡାମାଡ ହୋଇଥିଲେ ମଧ୍ୟ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି। ରାଜନୀତିରେ ଏସବୁ ହୁଏ, ଓଡ଼ିଶା ମାଟି ପାଇଁ ଲଢେଇ କରିବି ପଛଘୁଞ୍ଚା ଦେବିନାହିଁ। ନିଜ ସମର୍ଥକଙ୍କୁ ନେଇ ଶରତ ପଟ୍ଟନାୟକ ମାଷ୍ଟରକ୍ୟାଣ୍ଟିନରୁ ରାଲିରେ ବାହାରିଛନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୌଚନୀୟ ପରାଜୟ ପାଇଁ ଯୁବ କଂଗ୍ରେସର କିଛି ଗୋଷ୍ଠୀ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି।

Related Articles

Back to top button