ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ ଓ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତ କରିଛି ମୌସୁମୀ ବର୍ଷା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମୀ ଛୁଇଁଥିବା ବେଳେ ଆଜିଠୁ ରାଜ୍ୟରେ ଭାରି ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳରେ ମୌସୁମୀଜନିତ ବର୍ଷା ହେବାକୁ ଥିବା ବେଳେ ୨ ଦିନ ଯାଏ କିଛି ଅଞ୍ଚଳରେ ପ୍ରବଳ ବର୍ଷିବ। ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷକରି କଳାହାଣ୍ଡି , ସୋନପୁର , ବୌଦ୍ଧ,ନୂଆପଡ଼ା, ବଲାଙ୍ଗୀର,ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼,ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ସେହିପରି ରାୟଗଡା ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗଜପତି ଖୋର୍ଦ୍ଧା କଳାହାଣ୍ଡି ମୟୁରଭଞ୍ଜ କେନ୍ଦୁଝର ଓ ନୟାଗଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଏହି ଜିଲ୍ଲାମାନଙ୍କୁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି କେନ୍ଦୁଝର ମୟୁରଭଞ୍ଜରେ ପ୍ରବଳ ବର୍ଷା ରହିଥିବା ବେଳେ ଏ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ୨୪ ଓ ୨୫ ରେ କାଁଭାଁ ବର୍ଷା ସହ ପୁଣି ୨୫ ପରଠୁ ବଢିବ ବର୍ଷା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଆଉ କିଛି ଜିଲ୍ଲାକୁ ପ୍ରବେଶ କରିଛି। ଗତ ଜୁନ ୮ରେ ମୌସୁମୀ ବାୟୁ ପ୍ରଥମେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା। ତେବେ ପ୍ରତିକୂଳ ପାଣିପାଗ ହେତୁ ଦୀର୍ଘ ୧୧ ଦିନ ଧରି ଅଗ୍ରସର ହୋଇପାରିନଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ , ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିଥିଲା ମୌସୁମୀ ବାୟୁ। ସେହିପରି ଆଜି ମଧ୍ୟ ଓଡ଼ିଶାର ଅଧିକାଂଶ କୁ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଥିବା ବେଳେ ଝାରସୁଗୁଡ଼ା ରୁ କେନ୍ଦୁଝର ଯାଏ ଛୁଇଁଥିବା ଅର୍ଥାତ ଦକ୍ଷିଣ ଓଡିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି।ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।ସେପଟେ ପାଣିପାଗ ବିଶେଷଜ୍ଞମାନେ ଯାହା ଆକଳନ କରିଛନ୍ତି ଆସନ୍ତା ୨୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ତାହା ଅଧିକ ସକ୍ରିୟ ହୋଇ ୨୭ କିମ୍ବା ୨୮ ତାରିଖ ବେଳକୁ ନେଇ ପାରେ ଲଘୁଚାପର ରୂପ। ଯାହାର ପ୍ରଭାବରେ ୨୬ ତାରିଖରୁ ବଢିବ ବର୍ଷା । ୨୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଏଥିସହ ମୌସୁମୀକୁ ସକ୍ରିୟ କରାଇବ ଏହି ସାମ୍ଭାବ୍ୟ ଲଘୁଚାପ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହୁଛି । ସେପଟେ ରାଜ୍ୟରେ ଏବେ ବିଶେଷ ତାପମାତ୍ରା ବୃଦ୍ଧି ପାଇବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୮ ଟି ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନୁଗୁଳ ତାଳଚେର ସହରରେ ସର୍ବାଧିକ ବର୍ଷା ୧୦୮ ମୀମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ ସର୍ବାଧିକ ୪୦.୭ ମିମି ବର୍ଷା ରେକର୍ଡ ହୋଇଛି ।

Related Articles

Back to top button