ସାରା ରାଜ୍ୟକୁ ଛୁଇଁଲା ମୈାସୁମୀ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସାରା ରାଜ୍ୟକୁ ଛୁଇଁଲା ମୈାସୁମୀ ବାୟୁ । ଓଡ଼ିଶାର ୨୪ ଜିଲ୍ଲାକୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୨୪ ଜିଲ୍ଲାକୁ ସମ୍ପୂର୍ଣ ଛୁଇଁଥିବାବେଳେ ୬ ଜିଲ୍ଲାକୁ ଆଂଶିକ ପ୍ରବେଶ କରିଛି । ବାକି ଥୁବା ଅଂଶକୁ ୨୪ ତାରିଖ ସୁଦ୍ଧା ପହଞ୍ଚିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ତେଣୁ ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସହ ୩୦-୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ତେବେ ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Related Articles

Back to top button