ବେଲଗାମ ହେଇଚାଲିଛି ପରିବା ଦର : ଚିନ୍ତାରେ ଖାଉଟି

ଭୁବନେଶ୍ୱର ୧ନଂ ହାଟରେ ମିଳୁଥିଲା ଶସ୍ତାରେ ପରିବା । ହେଲେ, ଏବେ ହାତ ମାରିଲେ ପକେଟ୍ ଖାଲି ହେଉଛି । ରଜଠୁ ନାହିଁ ଦରରେ ନିୟନ୍ତ୍ରଣ । ସ୍ଥିତି ଏମିତି ଯେ ପରିବାର କଣିବାକୁ ଭୟ ଲାଗିଲାଣି । ରାଜଧାନୀରେ ବେଲଗାମ ହେଇଯାଇଛି ପରିବା ଦର । ୨୦, ୩୦ ନୁହଁ ସିଧା ସେଞ୍ଚୁରି ପାର୍ କରିଲାଣି । ଭାତ ଥାଳିରେ ଉଭା ହେଇଯାଇଛି ପରିବା । ସାଧାରଣ ଲୋକ କେମିତି ଚଳିବେ କଣ ଖାଇବେ । ସେ ନେଇ ଚିନ୍ତା ବଢିଛି ।

ରାଜ୍ୟର ଅନେକ ସ୍ଥାନରେ କଲରା କେଜିକୁ ୧୦୦ ଟଙ୍କା, ବିନ୍‌ ୧୫୦ରୁ ୨୦୦, ବାଇଗଣ ୮୦, ଟମାଟୋ ୮୦, ଭେଣ୍ଡି ୮୦, ପିଆଜ ୫୦, ଆଳୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅଦା ଓ ରସୁଣ କିଲୋ ପିଛା ୨୦୦ ବଢ଼ିଛି। ଏନେଇ ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସଭାପତି ଦେବରାଜ ସାହୁ କହିଛନ୍ତି, ୨ଦିନ ହେବ ଦରରେ କୌଣସି ପରିବର୍ତ୍ତନ ନାହିଁ । ଯଦି ବିନ୍ସ କଥା ଦେଖିବା, ବର୍ତ୍ତମାନ ଆମେ ବେଙ୍ଗାଲୁରୁର ବିନ୍ସ ଉପରେ ନିର୍ଭର କରୁଛୁ। ଯାହାର ଦର ରହିଛି ୧୫୦ଟଙ୍କା। ଚଳିତବର୍ଷ ଗରମ ଯୋଗୁ ଆଖିଦୃଶିଆ ଫସଲ ଉତ୍ପାଦନ ହୋଇନଥିବାରୁ ପରିବା ଦର ଅନିୟନ୍ତ୍ରିତ ହୋଇପଡ଼ିଛି ।

ଆଗକୁ କୋଲକାତାରୁ କିଛି ପରିବା ଆସିବାର ସମ୍ଭାବନା ରହିଛି । ତେଣୁ ଦର କମିବାର ଆଶା କରାଯାଉଛି । ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ପାଇଁ କୁହନ୍ତି, ଓଡ଼ିଶାରେ ଚାଷ ନାହିଁ । ବର୍ତ୍ତମାନ ଆମେ ବନ୍ଧା କୋବି, ଗାଜର, କାଙ୍କଡ଼, ସଜନା ଛୁଇଁ, ଭଣ୍ଡା ଓ ଟମାଟୋ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛୁ । ସେଠାରେ ଯେଉଁ ବର ରହିଛି, ସେହି ଅନୁସାରେ ଆମେ ବି ଦର ରଖୁଛୁ। ହେଲେ ସ୍ଥାନୀୟ ମାର୍କେଟକୁ ଯିବା ବେଳେ ପରିବହନ ଖର୍ଜକୁ ମିଶାଇଲେ ଦର ଉପରତଳ ହେବ ବୋଲି ସେ କହିଥିଲେ।

Related Articles

Back to top button