ଆଜି ସାରା ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ : ୨୭ ତାରିଖରୁ ପ୍ରବଳ ବର୍ଷା ପାଇଁ ୮ ଜିଲାକୁ ୟେଲୋ ଆଲର୍ଟ ଜାରି

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ । ଜୁନ ୮ରେ ମୌସୁମୀ ରାଜ୍ୟର କିଛି ଜିଲାକୁ ଛୁଇଁଥିବା ସତ୍ତ୍ବେ ଯେତିକି ବର୍ଷା ହେବା କଥା ହୋଇନଥିଲା । ତେବେ ଆଜି ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ମୌସୁମୀ ସକ୍ରିୟ ଯୋଗୁଁ ଆଜି ସକାଳୁ ବିଭିନ୍ନ ଜିଲାରେ ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ସ୍ୱାଭାବିକ ସମୟର ଦିନକ ପରେ ସବୁ ଜିଲାକୁ ମୌସୁମୀ ଛୁଇଁଛି। ରବିବାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ୨୬ରୁ ଏହାର ପରିମାଣ ବଢ଼ିବ। ଏଥିପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୨୭ ତାରିଖରୁ ପ୍ରବଳ ବର୍ଷା ପାଇଁ ୮ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Related Articles

Back to top button