ବଲାଙ୍ଗିରକୁ ଛୁଇଁଲା ମୌସୁମୀ ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି

ବଲାଙ୍ଗିରକୁ ଛୁଇଁଲା ମୌସୁମୀ ଅସହ୍ୟ ତାତିରୁ ବଲାଙ୍ଗିରବାସୀଙ୍କୁ ମିଳିଲା ଆଶ୍ୱସ୍ତି। ବିଳମ୍ବରେ ହେଲେବି ବଲାଙ୍ଗିର ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ହେବା ସହିତ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟ ପାଣିପାଗ କେନ୍ଦ୍ର ଦ୍ଵାରା ଗତକାଲି ଠାରୁ ୨୪ ଘଣ୍ଟା ଭିତରେ ବର୍ଷା ହେବା ବୋଲି ଅନୁମାନ କରାଯାଇଥିଲା। ଏଥିପାଇଁ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣିଂ ମଧ୍ୟ ଜାରି କରାଯାଇଥିଲା। ଆଜି ସକାଳୁ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ପବନ ବହୁଥିଲା। ତେବେ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ବର୍ଷା ଆରମ୍ଭ ହୋଇଥିଲା। ତେବେ ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା କମିବାର ନା ନେଉ ନଥିଲା। ଯାହା ଫଳରେ ଲୋକେ ତାତି ରେ ଅସ୍ତବ୍ୟସ୍ତ ହେଉଥିଲେ। ହେଲେ ଆଜି ବର୍ଷା ହେବା ପରେ ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି।

Related Articles

Back to top button