କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ୯୩ ବର୍ଷ ବୟସରେ ପରଲୋକ

କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସକାଳୁ ସୁରେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ପୁଅ ସ୍ବାଧୀନ କୁମାର ନାୟକ ସୂଚନା ଦେଇଛନ୍ତି ।

କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ସେ କାକଟପୁରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅସ୍ତରଙ୍ଗ ପଞ୍ଚାୟତ ସମିତିର ଚେୟାରମ୍ଯାନ ଭାବେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୭ ଓ ୧୯୮୫ ମସିହାରେ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୯୦ରେ ଜନତା ଦଳ, ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦ ଓ ୨୦୦୪ ମସିହାରେ ବିଜେଡି ଟିକେଟରେ କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ର । ଏହାସହିତ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୯୦ରେ ଅବକାରୀ ଓ ରାଜସ୍ବ ବିଭାଗ, ୨୦୦୦ ମସିହାରେ ପଞ୍ଚାୟତିରାଜ, ୨୦୦୨ରେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

Related Articles

Back to top button