ନିଟ୍‍ ପିଜି ୨୦୨୪ ପାଇଁ ଘୋଷଣା ହୋଇଛି ନୂଆ ତାରିଖ

ନିଟ୍‍ ପିଜି ୨୦୨୪ ପାଇଁ ଘୋଷଣା ହୋଇଛି ନୂଆ ତାରିଖ। ଅଗଷ୍ଟ ୧୧ରେ ଆୟୋଜିତ ହେବ ଏହି ପରୀକ୍ଷା। ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍ସ ଇନ୍‌ ମେଡିକାଲ୍‌ ସାଇନ୍ସେସ୍‌(ଏନବିଇଏମଏସ) ପକ୍ଷରୁ ଶୁକ୍ରବାର ନିଟ୍‌ ପିଜିର ନୂଆ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୧୧ ତାରିଖରେ ୨ଟି ସିଫ୍ଟରେ ହେବ ପରୀକ୍ଷା। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି।ସୂଚନାଯୋଗ୍ୟ, ନିଟ୍‌ ୟୁଜି ପରୀକ୍ଷାରେ ଅନିୟମିତତା ପରେ ଜୁନ ୨୩ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

Related Articles

Back to top button