ରଥ ଉପରେ କାଳିଆ ଠାକୁରକୁ ଦେଖି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ । ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ଗଡିଛି ତାଳଧ୍ଵଜ ପରେପରେ ମା ସୁଭଦ୍ରା ଙ୍କ ଦେବ ଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ। କଡା ସୁରକ୍ଷା ବଳୟରେ ପୁରୀ ସହର। ଗୋଟେପଟେ ଭିଡ ବେଳେ ଗୋଟେ ପଟେ ରଥଯାତ୍ରା ଦେଖିବାକୁ ପହଞ୍ଚିଛନ୍ତି ବିଭିନ୍ନ ମାନ୍ଯଗଣ୍ଯ ବ୍ଯକ୍ତି। ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ଯ ଆଜି ରଥଯାତ୍ରା ଦେଖିବାକୁ ପୁରୀରେ ଉପସ୍ଥିତ ରହିଛନ୍ତି। ରଥ ଉପରେ କାଳିଆ ଠାକୁରକୁ ଦେଖି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାତ ଟେକିଲେ ଓ ଆଣ୍ଠୁ ମାଡ଼ି ପ୍ରଣାମ କଲେ ରାଷ୍ଟ୍ରପତି।

Related Articles

Back to top button