୧୩ରୁ ବର୍ଷା ବଢିବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପଣିପାଗ ବିଜ୍ଞାନୀ

ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା। ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ଅନ୍ୟପକ୍ଷରେ ରାଜ୍ୟରେ ୧୩ରୁ ବର୍ଷା ବଢିବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପଣିପାଗ ବିଜ୍ଞାନୀ। ୧୪ କିମ୍ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ମଧ୍ୟ ସୃଷ୍ଟି ହୋଇପାରେ ଲଘୁଚାପ । ଏଥିସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରକୋପ ରହିବାର ରହିଛି ସମ୍ଭାବନା । ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବବଳୟ ପ୍ରଭାବରେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ । ସୋମବାର କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ବର୍ଷା ହେବାର ରହିଛି ଆଶଙ୍କା । ଏଥିପାଇଁ ଏସବୁ ଜିଲାଗୁଡ଼ିକୁ ଜାରି କରାଯାଇଛି ହଳଦିଆ ସତର୍କତା।

ଜୁନ୍ ୧ରୁ ଜୁଲାଇ ୭ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୭୬.୬ ମିମିଠାରୁ ୭୪ ମି.ମି. କମ୍ ଅର୍ଥାତ୍ ୨୦୨.୬ ମିମି ବର୍ଷା ହୋଇଛି ରେକର୍ଡ । ଏହି ସମୟ ମଧ୍ୟରେ ୧୩ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲାରେ ଅତ୍ୟଧିକ ନିଅଣ୍ଟିଆ ଏବଂ ବାକି ୧୬ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Related Articles

Back to top button