ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆରମ୍ଭ ହେଲା ଡେଙ୍ଗୁ ସଂକ୍ରମଣ। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ନିର୍ଦ୍ଦେଶ। ବିଗତ ୫ବର୍ଷ ଭିତରେ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା, ତାହାକୁ କୀଟତତ୍ତ୍ବବିତଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ଦିଆଯାଇଛି ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।  ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ ଆରଆରଟି ଦଳ ପ୍ରସ୍ତୁତ ରହିବେ। ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହ ସାପ୍ତାହିକ ସାଇନ-ଏ-ଡାଏ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପାଖାପାଖି ୩ ଶହରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ କରାଯାଇଛି ଚିହ୍ନଟ। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିତିବା ବେଳେ, ଏଥିରୁ ଜିଲ୍ଲାର ୫୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ୱରରୁ ବାହାରିଥିବା ଜଣାପଡିଛି।

Related Articles

Back to top button