ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହେବ ଦ୍ୱିତୀୟ କ୍ୟାବିନେଟ ବୈଠକ

ବୁଧବାର ବିଜେପି ସରକାରର ଅନୁଷ୍ଠିତ ହେବ ଦ୍ୱିତୀୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଦିନ ୧୧.୩୦ରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରାଯିବ ଆଲୋଚନା । ପ୍ରଥମ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତିର ବର୍ତ୍ତମାନର ସ୍ଥିତି ଏବଂ ଏହାକୁ କିପରି ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଉଛି କିମ୍ବା କରାଯିବ; ସେନେଇ ବୈଠକରେ ହେବ ଆଲୋଚନା । ସେହିପରି ମୋହନ ସରକାର ନିଜର ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣାପଡ଼ିଛି।

Related Articles

Back to top button