ଆଡ଼ପ ଦର୍ଶନ ସହ ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇଛନ୍ତି ଶ୍ରଦ୍ଧାଳୁ

ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀତଥା ଆଡପଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଆଉ ମହାପ୍ରଭୁଙ୍କୁ ଦେଖିବା ପାଇଁ କୋଟି କୋଟି ଭକ୍ତଙ୍କ ଲାଗିଛି ଭିଡ । ମାଉସୀ ମା ମନ୍ଦିରରେ ପ୍ରଭୁ ଜଗନ୍ନାଥ ମତ୍ସ୍ୟ ଓ କଚ୍ଛପ ଅବତାର କରିଛନ୍ତି ଧାରଣ । ରଥ ଯାତ୍ରାର ଏକ ଦିନ ପରେ ବାହୁଡା଼ ଆଗ ଦିନ ପର୍ଯ୍ୟନ୍ତ ପ୍ରଭୁ ଦଶାବତାର ବେଶ ମାଧ୍ୟମରେ ଦର୍ଶନ ଦେଇଥାନ୍ତି ଭକ୍ତଙ୍କୁ । ସେପଟେ ଆଜି ଭକ୍ତମାନେ ମହାପ୍ରଭୁଙ୍କ ଆଡପ ଦର୍ଶନ ସହିତ ଆଡପ ଅବଢ଼ା ମଧ୍ୟ ପାଇଛନ୍ତି। ଆଜିଠାରୁ ଭକ୍ତମାନେ ପାଇବେ ଆଡ଼ପ ଅବଢ଼ା। ଏହି ଅବଢ଼ା ଶ୍ରଦ୍ଧାଳୁଙ୍କୁ ୬ ଦିନ ଯାଏ ମିଳିବ । କୁହାଯାଏ ଯେ, ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷ ଶ୍ରୀ ମନ୍ଦିର ଦର୍ଶନ ସହ ସମାନ । ଏହି ସମୟରେ ଯାହା ଶ୍ରଦ୍ଧାଳୁ ମାଗନ୍ତି ଠାକୁର ତାଙ୍କ ମନସ୍କାମନା ପୂରଣ କରିଥାନ୍ତି , କାରଣ ଏହି ସମୟରେ ମହାପ୍ରଭୁ ଆନନ୍ଦରେ ଥାନ୍ତି।ଏଥିଯୋଗୁଁ ଦୂର-ଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କର ଏହି ସମୟରେ ଭିଡ ଜମିଥାଏ ।

Related Articles

Back to top button