୫ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ରହିଛି ସମ୍ଭାବନା ।

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପ୍ରକୋପ । ୫ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ରହିଛି ସମ୍ଭାବନା । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର କରିଛି ପୂର୍ବାନୁମାନ । ଆଜିଠାରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ହୋଇପାରେ ବର୍ଷା । ଆସନ୍ତା ୧୩-୧୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା । ଏହା ପ୍ରଭାବରେ ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଛି ଆକଳନ । କେନ୍ଦ୍ର କହିଛି ଯେ ୧୩ ତାରିଖରେ ମାଲକାନଗିରି, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ବୁଧବାର ମଧ୍ୟ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Related Articles

Back to top button