ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ଅଘଟଣ ପ୍ରସଙ୍ଗରେ ଯାଞ୍ଚ କରିବେ ୩ଜଣିଆ କମିଟି।

ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ଅଘଟଣ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୁର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ବୈଠକରେ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରି ଜିଲ୍ଲାପାଳ, ପୁରୀ ଏସପିଙ୍କ ସହିତ ସେବାୟତ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ତେବେ ବୈଠକରେ ଘଟିଥିବା ଅଘଟଣକୁ ନେଇ ଆଲୋଚନା ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅତ୍ୟଧିକ ସେବକଙ୍କ ଉପସ୍ଥିତ ଯୋଗୁଁ ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡିରେ ସମସ୍ୟା ହୋଇଥିଲା।

ତେବେ ଏହାକୁ ନେଇ ଯାଞ୍ଚ କରିବେ ୩ଜଣିଆ କମିଟି। ଏଥିପାଇଁ ୩ ଜଣିଆ କମିଟି ଗଠନ ହେବ ବୋଲି କହିଛନ୍ତି ଗଜପତି ମହାରାଜ। ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବା ସହିତ ଘଟଣାର ତଦନ୍ତ କରାଯିବ। ଏହି ୩ ଜଣିଆ କମିଟିରେ ଉନ୍ନୟନ ପ୍ରଶାସକ , ଏ ଡି ଏମ ,ଡେପୁଟି ସୂପରିଟେଣ୍ଡଣ୍ଟ ରହିବେ। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରିବେ। ତେବେ ଏହି ଅଘଟଣରେ ୧୨ ଜଣ ସେବକ ଆହତ ହୋଇଛନ୍ତି।୧୧ ଜଣ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ଜଣେ ଗୁରୁତର ରହିଛନ୍ତି। ତେଣୁ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରୁଛନ୍ତି ସ୍ୱାସ୍ଥ୍ୟବିଭାଗ।

Related Articles

Back to top button