ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡରେ ନିୟୋଜିତ ହେବେ ମହିଳା ପୋଲିସ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ କଡାକଡି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ନିୟୋଜିତ ହେବେ ମହିଳା ପୋଲିସ । ସୂଚନା ଅନୁଯାୟୀ ଗତକାଲି ରସୁଲଗଡ ଛକରେ ଘଟିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍‌ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେଣୁ ଆଲୋଚନା ହେଉଛି କି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ବଦଳା ଯାଇପାରେ। ଗତକାଲିର ଘଟଣା ପରେ କମିଶନରେଟ ପୋଲିସ ଏନେଇ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କାରକେଡରେ ମହିଳା ପୋଲିସ ନିୟୋଜିତ କରିବାକୁ କୁହାଯାଇଛି।

Related Articles

Back to top button