କିଛି ସେଣ୍ଟରରେ NEET ପରୀକ୍ଷାରେ ହୋଇଛି ଅନିୟମିତତା

ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ନୀଟ ୟୁଜି ୨୦୨୪ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରିଛି । ଏନଟିଏ ଅନୁଯାୟୀ, ପାଟଣା ଏବଂ ଗୁଜରାଟର ଗୋଧରାରେ କିଛି ସେଣ୍ଟରରେ ପରୀକ୍ଷାରେ ଅନିୟମିତତା ହୋଇଛି । ଏନଟିଏ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏଥିରେ ପୂରା ପରୀକ୍ଷା ପ୍ରଭାବିତ ହୋଇନାହିଁ ।

ସୁପ୍ରିମକୋର୍ଟ ସୋମବାର ଦିନ ଏନଟିଏକୁ ପେପର ଲିକରେ ଲାଭ ଉଠାଉଥିବା ପ୍ରାର୍ଥୀଙ୍କୁ ପରିଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଚାରିଥିଲା । ଏନଟିଏ ଆପିଡେଭିଟରେ କହିଛି ଯେ, ଗୋଧରା ଏବଂ ପାଟଣାର କିଛି ପରୀକ୍ଷା କେନ୍ଦ୍ରରେ ଅନିୟମିତତା ବିଷୟରେ ଜଣାପଡିବା ନେଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟର ଆକଳନ କରାଯାଇଛି ।

ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ ଏନଟିଏ ନିଜ ଆଫିଡେଭିଟରେ କହିଛି ଯେ, ସେମାନେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରୁ ଜଣାପଡୁଛି ଯେ, ଏହି ପରୀକ୍ଷା ସେଣ୍ଟର ଛାତ୍ରମାନେ ସେତିକି ଅଙ୍କ ପ୍ରାପ୍ତ କରିନାହାନ୍ତି, ଯାହା ମେଡିକାଲ କଲେଜରେ ଆଡମିଶନ ହୋଇପାରିବ । ଏହି ମାମଲାର ଆଗାମୀ ଶୁଣାଣି ଗୁରୁବାର୧୧ ଜୁଲାଇ ଦିନ ହେବ ।

Related Articles

Back to top button