ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା : ୬ ମାସ ମଧ୍ୟରେ ଲୁଟିଲେ ୩୬କୋଟି

ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟରେ ବଢି ବଢି ଚାଲିଛି ସାଇବର ଅପରାଧ। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ୬ମାସ ମଧ୍ୟରେ ଭୁବନେଶ୍ଵରରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

୬ ମାସ ମଧ୍ୟରେ ମୋଟ ଉପରେ ୩୬କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ବିଭିନ୍ନ ଆକାଉଣ୍ଟରେ ୯କୋଟି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଥିଲାବେଳେ ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ୍ ୪୬ ଲକ୍ଷ ଟଙ୍କା ଫେରସ୍ତ ପାଇଛନ୍ତି । ହେଲେ ତଥାପି ସାଇବର ଠକାମିରେ ରୋକ ଲାଗୁନି । ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ କେଓ୍ବାଇସି ନେଇ ମେସେଜ୍ ଦେବା ସମ୍ପର୍କିତ ଠକେଇ ସମ୍ପୃକ୍ତ ରହିଛି । କମିଶନରେଟ୍ ସାଇବର ଅପରାଧର ତଦନ୍ତ କରି ଏବେ ସୁଦ୍ଧା ୨୧ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି।

Related Articles

Back to top button