ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି : ସୁପ୍ରିମକୋର୍ଟ

ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ନେଇ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀ ବହୁତ କିଛି ତ୍ୟାଗ କରିଥାଏ ବୋଲି କହିଛନ୍ତି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ।କୋର୍ଟ କହିଛନ୍ତି ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ କେବେବି ପରିବାର ସହ ଝଗଡ଼ା କରନ୍ତି ନାହିଁ। ବରଂ ସେହି ଆୟରୁ ସେମାନେ କିଛି ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଖର୍ଚ୍ଚରୁ ମଧ୍ୟ ଗୃହିଣୀ ଘରର ଭବିଷ୍ୟତ ପାଇଁ କରିଥାନ୍ତି ସଞ୍ଚୟ। କିନ୍ତୁ ଅଧିକାଂଶ ବିବାହିତ ପୁରୁଷ ଏହା ବୁଝିପାରନ୍ତି ନାହିଁ।ଗୃହିଣୀଙ୍କର ନିଜସ୍ବ ଆୟ ନଥିବାରୁ ବିବାହିତ ପୁରୁଷମାନେ ତାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାରର ରହିଛି ଆବଶ୍ୟକତା। ପତ୍ନିଙ୍କୁ ଭରଣପୋଷଣ ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହମ୍ମଦ ସମାଦ। ମମଲାର ଶୁଶାଣି କରି କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଦେଇଛନ୍ତି ଏଭଳି ବୟାନ ।

Related Articles

Back to top button