ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ହୋଇଛି ଦକ୍ଷିଣ ମୋଡ଼

ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି । ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ ମୋଡ଼ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବ। ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯିବ।

Related Articles

Back to top button