ଛାତ୍ରଛାତ୍ରୀଙ୍କୁ ଯିବାକୁ ପଡିବ ନାହିଁ କଲେଜ : ଅନ୍ଲାଇନରେ ହେବ ଯୁକ୍ତ ୩ ସ୍ପଟ୍ ନାମଲେଖା

ଆଉ ନାମ ଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଯିବାକୁ ପଡିବ ନାହିଁ କଲେଜ । ଚଳିତଥର ଅନ୍ଲାଇନ୍ରେ ହେବ +୩ ସ୍ପଟ୍ ନାମଲେଖା। ଅନ୍ଲାଇନ୍ରେ ହିଁ କରାଯିବ ସମସ୍ତ ପ୍ରକ୍ରିୟା । ନିଜର ଷ୍ଟୁଡେଣ୍ଡ ଲଗ୍-ଇନ୍ ଆଇଡି ବ୍ୟବହାର କରି ଆବେଦନ ଓ ନାମ ଲେଖାଇ ପାରିବେ। ତିନୋଟି ପର୍ଯ୍ୟାୟରେ ନାମଲେଖା ସରିବା ପରେ ହେବ ସ୍ପଟ୍ ନାମଲେଖା । ଏଥିପାଇଁ ଆସନ୍ତା ୨୫ରୁ ୨୮ତାରିଖ ମଧ୍ୟରେ ହେବ ଆବେଦନ । ୩୧ ତାରିଖରେ ପ୍ରକାଶ ପାଇବ ମେଧା ତାଲିକା । ଅଗଷ୍ଟ ୧ରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ୍ ବୋର୍ଡରେ ମେଧା ତାଲିକା ପ୍ରକାଶ କରିବା ସହ ଫୋନ୍, ଏସ୍ଏମ୍ଏସ୍, ମେଲ୍ ଓ ହ୍ୱାଟସ୍ଆପ୍ ଜରିଆରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ କରିବେ ଅବଗତ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରକାଶ ପାଇଛି ପରିବର୍ତ୍ତିତ ମାର୍ଗଦର୍ଶିକା। ଶିକ୍ଷାନୁଷ୍ଠାନରେ ଭିଡ଼ କମାଇବା ପାଇଁ ଓ ଛାତ୍ରଛାତ୍ରୀ ଯେପରି ହଇରାଣ ନ ହେବେ, ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

Related Articles

Back to top button