ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି : ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ମିଳିବ ସାମ୍ବିଧାନିକ ଅଧିକାର

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବ । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭଳି ପ୍ରଶାସନିକ କ୍ଷମତା ମିଳିବ । ଜାମ୍ମୁ-କାଶ୍ମୀରରେ ବି ଉପରାଜ୍ୟପାଳଙ୍କ ବିନା ଅନୁମତିରେ ସରକାର ଅଧିକାରୀ ଏବଂ କର୍ମଚାରୀମାନଙ୍କର ବଦଳି ଓ ନିଯୁକ୍ତି କରିପାରିବେ ନାହିଁ ।ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅନୁଯାୟୀ ସଂଶୋଧିତ ନିୟମାବଳୀକୁ ସୂଚିତ କରାଯାଇଛି, ଯେଉଁଥିରେ ଏଲଜିଙ୍କୁ ଅଧିକ କ୍ଷମତା ପ୍ରଦାନରେ ନୂତନ ବିଭାଗ ଅନ୍ତର୍ଭୂକ୍ତ କରାଯାଇଛି ।

Related Articles

Back to top button